ବାଇକକୁ ଧକ୍କା ଦେଲା ହାଇୱା, ୧ ମୃତ

ବୌଦ୍ଧ: ଜାତୀୟ ରାଜପଥ ନମ୍ବର ୫୭ର ଗଜରାଜପୁର୍ ନିକଟରେ ଗୁରୁବାର ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ ବାଇକକୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ମନୁପାଲି ଗ୍ରାମ୍ ପଂଚାୟତ ପୁଡୁଗପଥର ଗ୍ରାମର ପିଣ୍ଟୁ କୁମ୍ଭାର (୨୮) ନିଜ ଭଉଣୀ ଘର ବନ୍ଧାପଥର ଗ୍ରାମକୁ ଆସି ଏକ ବାଇକ ଯୋଗେ ନିଜ ଭିଣୋଇଙ୍କ ସହ ପୁଡୁଗ ପଥର ଗ୍ରାମକୁ ଫେରୁଥିଲେ । ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣି ଥାନା ଗଜରାଜପୁର୍ ନିକଟ କଣ୍ଠା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ହାଇୱା ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀ ପିଣ୍ଟୁ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭିଣୋଇ ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Comments are closed.