ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେରେ ଥିବା ଗୁରୁପାଲିଠାରେ ଶନିବାର ରାତି ପ୍ରାୟ ୮ଟା ସମୟରେ ସଡକ ଦୁର୍ଘଟଣାରେ ଜନୈକ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ଏକ ଅଜଣା ଗାଡି ଧକ୍କାରେ ସଂପୃକ୍ତ ଯୁବକର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ଯୁବକର ବୟସ ୩୫ ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

 

Comments
Loading...