ଭାରସାମ୍ୟ ହରାଇ ମାଲ ବୋଝେଇ ପିକଅପ୍ ଓଲଟିଲା

ପାଟଣା: ପାଟଣା-ଢେଙ୍କିକୋଟ ୨୨୦ ନମ୍ବର ଜାତୀୟ ରାଜପଥର ମୁଦ୍ରାବେଡା ନିକଟରେ ଆଜି ଅପରାହ୍ନରେ କଟକରୁ ବାଦାମପାହାଡ ଯାଉଥିବା ଏକ ପିକଅପ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକଅପଟି ଏଲ.ଟି କମ୍ପାନୀର ସାମଗ୍ରୀ ନେଇ ପାଟଣା ଅଭିମୁଖେ ଯାଉଥିବା ସମୟରେ ୨୨୦ ନମ୍ବର ଜାତୀୟ ରାଜପଥର ମୁଦ୍ରାବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ପିକଅପରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି ।

Comments are closed.