ଅଜଣା ଗାଡ଼ି ଯୁବକଙ୍କ ମୁଣ୍ଡରେ ଚଢ଼ିଗଲା, ଘଟଣା ସ୍ଥଳରେ ଉତ୍ତେଜନା

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି ଛକ ନିକଟରେ ଅଜଣା ଗାଡ଼ି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଚଢ଼ି ଚାଲିଯାଇଥିଲା। ଫଳରେ ଯୁବକ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକଜଣକ ଆନୁମାନିକ ୨୫ ବର୍ଷ ବୟସର ହୋଇଥିବା ବେଳେ ସମ୍ଭବତ କେନ୍ଦୁଝରରୁ ଘଟଗାଁ ଆଡକୁ ଯାଉଥିବା ସମୟରେ ସେ କୌଣସି ବାଇକରୁ ଖସି ପଡିଥିବା ଓ ତାଙ୍କ ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ିଯାଇଥିବା ଅନୁମାନ କରାଯାଉଛି। ମୃତ ଶରୀରକୁ ରାସ୍ତା କଡ଼ରେ ପକାଇ ଦେଇ କେହି ଫେରାର୍ ହୋଇଯାଇଛି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି।

Comments are closed.