ପଟ୍ଟନାୟିକା ଛକ ନିକଟରେ ଦୁର୍ଘଟଣା : ୧ ମୃତ, ୧ ଆହତ

ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକ ନିକଟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଏକ ଦୁର୍ଘଟଣା ଘଟିଅଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଆଉ ଜଣେ ଆହତ ହୋଇଛନ୍ତି।
ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ପୁର ପଞ୍ଚାୟତର ମଧୁବନର ସୁକାନ୍ତ ଭୋଇ (୪୪) ଓ ବିଲ ସାହିର ଅମର ବାରିକ ଭୁବନେଶ୍ୱରରୁ  ଏକ ବାଇକ ଯୋଗେ ଗ୍ରାମକୁ ଫେରୁଥିଲେ. କୌଣସି ଦୁର୍ଘଟଣା କାରଣରୁ ଉଭୟ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ଦୁର୍ଘଟଣାସ୍ଥଳରେ ଆହତ ହୋଇ ପଡ଼ିଥିଲେ। କୌଣସି ସୂତ୍ରରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଉଭୟ ଆହତଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ସୁକାନ୍ତ ଭୋଇଙ୍କୁ ମୃତ ଘୋଷଣା କରିଥିଲେ. ଆହତ ଅମର ବାରିକ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସତ୍ୟବାଦୀ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଛି। ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛନ୍ତି।
ମୃତ ସୁକାନ୍ତ ଭୋଇ ଜଣେ ପରୋପକାରୀ ଭାବରେ  ଗ୍ରାମରେ ବେଶ ଲୋକପ୍ରିୟ ଥିଲେ। ଆଜି ପବିତ୍ର କାର୍ତ୍ତିକ ପୁର୍ଣିମାରେ ତାଙ୍କର ଅକାଳ ବିୟୋଗ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Comments are closed.