ସଡ଼କ ଦୁର୍ଘଟଣା, ୩ ବାବା ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ଧରମପୁରଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବାବା ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ମାରୁତି ଗାଡ଼ିରେ ବ୍ରହ୍ମପୁର ସ୍ଥିତ ଅଲେଖ ମହିଳା ମଠର ୩ ଜଣ ବାବା ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା ବେଳେ ଗାଡ଼ିର ଚାଳକ ରାସ୍ତା ଜାଣି ନ ପାରି ଭାରସାମ୍ୟ ହରାଇ ପଡ଼ିଥିଲେ। ଫଳରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଗାଡ଼ିରେ ବସିଥିବା ୩ ଜଣ ବାବା ନିରଞ୍ଜନ ଦାସ(୭୦), ବିଶ୍ୱନାଥ ଦାସ(୬୦) ଓ ସୁବ୍ରତ ଦାସ(୪୫) ଗୁରୁତର ଭାବେ ଆହତ ହୋଇଥିଲେ। ଅଞ୍ଚଳବାସୀଙ୍କ ସହଯୋଗାରେ ସେମାନଙ୍କୁ ପ୍ରଥମେ କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତରିତ କରଯାଇଥିବା ଜଣାଯାଇଛି।

Comments are closed.