ମୁହାଁ ମୁହିଁ ବାଇକ ଧକ୍କାରେ ୩ ଆହତ

ବେଗୁନିଆ : ଶନିବାର ଅପରାହ୍ନରେ ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ରେଲୱେ ଓଭରବ୍ରିଜ ନିକଟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ୩ଜଣ ଆହତ ହୋଇଥିବାର ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସଂଗେ ସଂଗେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବେଗୁଣିଆର ଦିପୁ ସାହୁ ଏବଂ ବବଲୁ ସାହୁ ବେଗୁନିଆରୁ ବାଗଲପୁର ଅଭିମୁଖେ ଯାଉଥିବାବେଳେ ଡିଙ୍ଗର ଗ୍ରାମର ଦୁର୍ଯ୍ୟଧନ ବେହେରା ବେଗୁନିଆ ଅଭିମୁଖେ ଆସୁଥିଲେ । ସମ୍ପୃକ୍ତ ସ୍ଥାନରେ ଦୁଇଟି ଯାକ ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ସମସ୍ତେ ଗାଡିରୁ ଛିଟିକି ତଳେ ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ଖୋର୍ଦ୍ଧା ପଠାଇଥିଲେ । କିନ୍ତୁ ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ କୌଣସି ପକ୍ଷରୁ ଅଭିଯୋଗ ହୋଇନଥିବାର ଏସ ଆଇ ଶ୍ରୀକାନ୍ତ କୁମାର ପଣ୍ଡା କହିଛନ୍ତି ।

Comments are closed.