କାର ଚକା ଫାଟିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ଆମପାଣି ଘାଟିରେ ଶନିବାର ଏକ କାରର ଚକା ଫାଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ।  ନବରଙ୍ଗପୁରର ଗଗନ ପଣ୍ଡାଙ୍କ ପରିବାର । ସୂଚନା ମୁତାବକ ନବରଙ୍ଗପୁର ପୂଜାରୀଗୁଡା  ଗଗନଙ୍କ ପରିବାର ଏକ କାର ଭୁବନେଶ୍ୱର ବାହାରିଥିଲେ । ମଇଦଳପୁର ସୀମାନ୍ତ ଆମପାଣି ଘାଟିରେ କାରର ଡାହାଣ ପାର୍ଶ୍ୱ  ଆଗ ଚକାର ଟାୟାର ଫାଟି ଯାଇଥିଲା । କାରଟି  ରାସ୍ତାର ବାମ ପାର୍ଶ୍ୱର ଏକ ଗଛ ଦେହରେ ବାଡେଇ ହୋଇ ରହିଯାଇଥିଲା । ଏଥିରେ ଗଗନ ସହ ପତ୍ନୀ ଭାନୁମତୀ ଓ ପୁଅ ଦେବକାନ୍ତ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ମଇଦଳପୁର ଫାଣ୍ଡି ଅଧିକାରୀ ଅନାମ ଡିଆନ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

Comments are closed.