ଟିପର ଧକ୍କାରେ ମହିଳା ଗୁରୁତର

ଗଡମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ତାରିଣି ଛକଠାରେ ଜଣେ ମହିଳାକୁ ଟିପର ଧକ୍କା ଦେବା ଫଳରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ସେହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବାସନ୍ତି ସ୍ୱାଇଁ(୫୦) ବୋଲି ଜଣା ପଡିଛି। ବାସନ୍ତୀ ଆଜି ସକାଳ ୯ଟା ସମୟରେ ଚଢେଇଧରା ଅଭିମୁଖେ ଯାଉଥିବା ସମୟରେ ଟିପର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ସେହିଠାରେ ଗୁରୁତର ହୋଇପଡିଥିଲେ। ଜେନାପୁର ପୁଲିସ ଖବର ପାଇ ଆହାତକୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତର କରି ୩୭୮/୨୦ରେ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚାଲଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Comments are closed.