ଅଜଣା ଗାଡ଼ି ଧକ୍କାରେ ୧  ମୃତ, ୧ ଗୁରୁତର

କେଶଦୁରାପାଳ : ଅଜଣା ଗାଡ଼ି ଧକା ଜଣେ ଶୁଶୁ କନ୍ୟା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ସ୍ଥାନ୍ତାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଯେ, ଘଷିପୁରା ଥାନା ଅନ୍ତର୍ଗତ ଏନ୍‌ଏଚ୨୦ ଗୋହିରା ଫାର୍ମ ଛକ ନିକଟରେ ଏକ ଅଜଣାଗାଡି ଧକ୍କା ଦେବାରୁ ଫଳରେ ବାଇକରେ ଥିବା , ୩ ବର୍ଷର ଝିଅ ସରସ୍ଵତୀ ନାଇକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ୍ ଚାଳକ ଗଣେଶ୍ଵର ନାଇକ ଗୁରୁତର ଭାବେ ଆହାତ ହୋଇଥିଲେ। ୧୦୮ ଆମ୍ବୁଲାସ ପହିଁଞ୍ଚି ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସରସ୍ଵତୀକୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି। ବାଇକ୍ ଚାଳକ ଗଣେଶ୍ଵର ନାଇକଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗଣେଶ୍ଵରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Comments are closed.