ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ସିନ୍ଧେକେଲା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଉଦେଶୃଙ୍ଘ ଗ୍ରାମର ପୂର୍ଣ୍ଣ ଛତ୍ରିଆ(୩୫) ନାମକ ଜଣେ ଯୁବକ ସେହି ଗ୍ରାମର ଗୁଦୁ କଇବର୍ତ୍ତ ଓ ତାଙ୍କ ସ୍ତ୍ରୀକୁ ନିଜ ବାଇକରେ ବଲାଙ୍ଗିର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗ୍ରାମକୁ ଛାଡି ଯାଇଥିଲେ। ସେମାନଙ୍କୁ ସେଠାରେ ଛାଡିଦେଇ ସେ ଫେରୁଥିବା ସମୟରେ ରାସ୍ତାରେ ସେହି ଗ୍ରାମର ଏକ ନଳକୂପ ନିକଟରେ ଭାରସାମ୍ୟ ହରାଇ ବାଇକରୁ ଛିଟିକି ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ କୌଣସି ପ୍ରକାର ସୁବିଧା ନଥିବାରୁ ଡାକ୍ତର ବଲାଙ୍ଗିର ସ୍ଥାନାନ୍ତରଣ କରିଥିଲେ। ସେଠାରେ ମଧ୍ୟ ପୂର୍ଣ୍ଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି। ବୁର୍ଲାରେ ଯାଞ୍ଚ ପରେ ମୁଣ୍ଡ ଓ ଆଖିରେ ଗମ୍ଭୀର ଆଘାତ ହୋଇଥିବା ଜଣାପଡିବା ପରେ ସେଠାରେ ଅସ୍ତ୍ରୋପଚାର କରାଯାଇଥିଲା । ଏନେଇ ସିନ୍ଧେକେଲା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

Comments are closed.