ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ର ବାଙ୍କପାଟୁଳି ନିକଟରେ ଆଜି ଅପରାହ୍ନରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଟୋଲ ଗେଟ୍ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଗୁରୁତର ବାଇକ୍ ଆରୋହୀଙ୍କ ସଠିକ୍ ପରିଚୟ ମିଳି ପାରିନାହିଁ । ଆଜି ବାଙ୍କପାଟୁଳି ସାପ୍ତାହିକ ହାଟ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Comments are closed.