ଓଲଟିଲା କୋଇଲା ବୋଝେଇ ଟ୍ରକ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାରାଭାଡି ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହାୟକ ରାସ୍ତା କଡରେ ଗାଡି ରଖି ରାସ୍ତା ପାର୍ଶ୍ବ ଦୋକାନକୁ ଚା ପାଇବାକୁ ଯିବା ସମୟରେ ଗାଡିଟି ଗଡି ଗଡି ଯିବା ପରେ ରାସ୍ତା ପାର୍ଶ୍ବ ଦେଇ ବିଲ ମଧ୍ଯକୁ ଓଲଟି ପଡିଛି। ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ଯ କାହାରି କିଛି କ୍ଷତି ଘଟିନଥିବା ଜଣାପଡିଛି । ଗାଡିଟି ହଠାତ ଆଗକୁ ଗଡିବା ସମୟରେ ଚାଳକ ଗାଡିଟିକୁ କେହି ଚୋରି କରି ନେଉଥିବା ଭାବି ପଛେ ପଛେ ଗୋଡାଉଥିବା ସମୟରେ ଗାଡିଟି ଓଲଟି ପଡିଥିଲା ।

 

Comments are closed.