ଭାରସାମ୍ୟ ହରାଇ ବେରିକଡ଼ରେ ପିଟି ହେଲା ବାଇକ, ଘଟଣାସ୍ଥଳରେ ଚାଳକ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଏନଏଚ ୨୬ ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବେରିକଡ଼ରେ ପିଟି ହୋଇ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଛି। ବାଇକରେ ଥିବା ଅନ୍ୟ ଜଣକୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ମଇଦଳପୁର ଗ୍ରାମର ଉର୍ଧବ (୩୦) ନିଜର ହୀରୋ ସିଡ଼ି ଡିଲକ୍ସ ଗାଡି ଯୋଗେ ନିଜର ଶଳା ସୁଶୀଲ ଗୌଡ଼ (୨୬) କୁ ତାଙ୍କ ଘର ଗୋପିଗୁଡା କୁ ଛାଡିବାକୁ ଯିବା ସମୟରେ ମଇଦଳପୁର ହାଟପଦା ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଟି ଏନଏଚ ରାସ୍ତା କଡରେ ଲାଗିଥିବା ଲୁହା ବେରିକଡ଼ ରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଚାଳକ ଉର୍ଦ୍ଧ୍ବର ମୃତ୍ୟୁ ହୋଇଯାଇଥିବା ବେଳେ ଗାଡିରେ ଥିବା ସୁଶୀଲକୁ  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଯୋଗେ ନବରଙ୍ଗପୁର ମେଡିକାଲ କୁ ପଠେଇ ଥିଲେ । ଖବର ପାଇ ଘଟଣାସ୍ଥଳରେ ତୁମ୍ଭରଲା ଫାଣ୍ଡି ଅଧିକାରୀ ହମିନତ ମାଝି ପହଂଚି ତଦନ୍ତ କରୁଥିବା ଜଣାପଡିଛି ।

Comments are closed.