ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ସଡକ ଦୁର୍ଘଟଣା : ଜଣେ ଗୁରୁତର

 

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡଲୋଇ ନିକଟସ୍ଥ ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ୩୦ମିନିଟ୍ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଅଚିହ୍ନା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏକ ସୁଇପ୍ଟ ଡିଜାୟାର୍ କାର୍ ଧକ୍କା ଦେବା ଫଳରେ ଅଚିହ୍ନା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି।  କାର୍ ଚାଳକ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଛି।

Comments are closed.