ଦୁର୍ଘଟଣା ଘଟାଇ ଟ୍ରକ ଫେରାର, ବୃଦ୍ଧ ଗୁରୁତର

ପାଟଣା : ଢେଙ୍କିକୋଟ ସନ୍ନିକଟ ସାନବରବେଡା ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରକ ଧକ୍କାରେ ସେହି ଗ୍ରାମର ରତ୍ନାକର ନାଏକ (୬୦) ନାମକ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଲୋକମାନେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକାଇ ଥିଲେ ମଧ୍ୟ ଡ୍ରାଇଭର ଗାଡିଟିକୁ ସାଇଡ କରୁଛି କହି ଗାଡି ଧରି ଫେରାର ହୋଇଯାଇଛି । ଟୋଲଗେଟ ଆମ୍ବୁଲାନ୍ସ ଯୋଗ ଗୁରୁତର ରତ୍ନାକରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ।

Comments are closed.