କର୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ବଡବିଲ ନିକଟରେ ଆଜି ଅପରାହ୍ନରେ ଏକ କାର ସହ ବାଇକ୍ ର ମୁହାଁମୁହିଁ ଧକ୍କା ଦେବାରୁ ବାଇକ୍ ଚଳାଉଥିବା ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି। କାରଟି କରଞ୍ଜିଆ ରୁ ପାଟଣା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ପାଟଣା ରୁ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ବଡ଼ବିଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ସାହାରପଡା ଅଗ୍ନିଶମ ବିଭାଗ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣା ଘଟାଇ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୌପଦୀ ହୁଡି ନିକଟରେ ଦୁର୍ଘଟଣାରେ ଫାଟି ଯାଇଥିବା ଟାୟାର ବଦଳାଉ ଥିବା ସମୟରେ ଲୋକେ କାରକୁ ଧରି ପୁଲିସ ର ଜିମା ଦେଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କର ସଠିକ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ଜାରକା ଅଞ୍ଚଳରେ ବୋଲି ଜଣାପଡିଛି।

Comments are closed.