ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ୧୬ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଏକ ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ ବେଙ୍ଗାଳୁରୁର କୋଲାର ଅଞ୍ଚଳରୁ ଏମାଟୋ ବୋଝେଇ କରି ବାଂଲାଦେଶ ମେଦିପୁରକୁ ଟ୍ରକଟି ଯାଉଥିଲା। ତେବେ ବେଗୁନିଆ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ରକଟି ଓଲଟି ପଡିଥିଲା। ଡ୍ରାଇଭର ସୁନୀଲ ମାହାନା ଓ ହେଲପର୍ ନସୁଦ ଖାନ ସାମାନ୍ୟ ଆହତ ହୋଇଛନ୍ତି।​‌ ଟମାଟେ ଟ୍ରେ ଗୁଡିକ ରାସ୍ତାରେ ଏଣେତେଣେ ପଡି ରହିଛି। ଖନ୍ତାପଡା ପୁଲିସ ଘଟଣା ସ୍ଥଳରେ ଯାଂଚ ଆରମ୍ଭ କରିଛି।

Comments are closed.