ବାଇକ କୁ ପିଟିଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଚାଳକ ମୃତ

ନବରଙ୍ଗପୁର : ନବରଙ୍ଗପୁର ତାରାଗାଁ ନିକଟସ୍ଥ ଜାତୀୟ ରାଜପଥରେ ଏକ ବାଇକ କୁ ବୋଲେରୋ ପିଟିଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତର ଜାମ୍ବଗୁଡ଼ା ଗ୍ରାମର ନୀଳକଣ୍ଠ ପାଇକ ଏକ ବାଇକ ଯୋଗେ ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ (ପ୍ରତ୍ୟକଃଦର୍ଶୀ ଙ୍କ କହିବା ଅନୁଯାଇ ) ଏକ ବୋଲେରୋ ଦୁର୍ଘଟଣା ଘଟାଇ ତାରାଗାଁ ବାଇପାସ ରାସ୍ତାରେ ଦ୍ରୁତ ଗତିରେ ଚାଲିଯାଇଥିଲା। ଦୁର୍ଘଟଣା ପରେ ବାଇକ ଚାଳକଙ୍କ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ପ୍ରାଣ ବାୟୁ ଚାଲିଯାଇଥିଲା । ନବରଙ୍ଗପୁର ପୁଲିସ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Comments are closed.