ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରଲର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମାର୍ଦ୍ଦିଙ୍ଗ ନିକଟରେ ସୋମବାର  ଭାରସାମ୍ୟ ହରାଇ ଗୋଟିଏ କୋଇଲା ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପାରାଦ୍ୱୀପଠାରୁ ଝାରଶୁଗୁଡା ଯାଉଥିବା କୋଇଲା ବୋଝେଇ ଟ୍ରଲର ମାର୍ଦ୍ଧିଙ୍ଗ ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ଖଲାସୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଛାନଭିନ ଅରମ୍ଭ କରିଛି।

Comments are closed.