ରାସ୍ତା ତଳକୁ ଖସିଲା ପିକଅପ୍ ଭ୍ୟାନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଯାତୀୟ ରାଜପଥ ପୁରୁଣାକଟକ ଡିଗସିରା ନିକଟରେ ରବିବାର ଅପରାହ୍ନରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ହୋଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଗାଡିନଂ ଓଡି ୦୨ପି ୯୧୨୭ ଏକ ପିକଅପ ଭ୍ୟାନ ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା ସମୟରେ ଡିଗସିରା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ଏଥିରେ ଡ୍ରାଇଭର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଛାନଭିନ ଆରମ୍ଭ କରିଛି।

Comments
Loading...