ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ମିରିଗୀମୁଣ୍ଡି ଛକ ନିକଟକେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ାହୋଇଥିବାବେଳେ ପଛପଟୁ ରୋଗୀ ସହିତ ଚାରିଜଣଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ପିଟିଥିଲା। ଯାହାଫଳରେ ଚାରି ଜଣ ଗୁରୁତର ହୋଇଛନ୍ତି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ହୋଇଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.