ଭାରସାମ୍ୟ ହରାଇ ପାଟଣା ଶିମୁଳି ନାଳରେ ଓଲଟିଲା କାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ନିକଟ ସିମୁଳି ନାଳରେ ଆଜି ଅପରାହ୍ନରେ ଏକ କାର ଭାରସାମ୍ୟ ହରାଇ ନାଳ ଭିତରକୁ ଓଲଟି ପଡିଛି। କାରଟି କରଞ୍ଜିଆରୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ସମୟରେ ପାଟଣା ସିମୁଳି ନାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ଚାଳକଙ୍କ ସହ ଏକ ଦମ୍ପତି ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। କାରଟି ବହଳଦାର ବାମଦ ଗ୍ରାମରୁ ଜଗତପୁର ଯାଉଥିଲା। କାରରେ ଚାଳକ ସହ ବହଳା ଅଞ୍ଚଳର ଚନ୍ଦ୍ର ମୋହନ ବାସ୍କେ (୫୦) ଓ ତାଙ୍କ ପତ୍ନୀ ରାନୁମଣୀ ବାସ୍କେ (୪୨) ଥିଲେ। କାରଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଧାନବେଣୀ ଛକ ନିକଟରେ ବାଇକ୍ ଚାଳକ ବଲାଣିପଶିର ସୁବାସ ମହାନ୍ତ (୨୫)ଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସୁବାସ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ସେଠାରୁ ଦୃତଗତିରେ ଢେଙ୍କିକୋଟ ଆଡ଼କୁ ପଳାଉ ଥିବା ସମୟରେ କାରଟି ସିମୁଳି ନାଳରେ ଓଲଟି ପଡିଥିଲା।

Comments are closed.