ପିକଅପ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଯାତୀୟ ରାଜପଥ ଚାରିଛକ ନିକଟରେ ଏକ ପିକଅପ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏକ ପିକଅପ ଭ୍ୟାନ ବୌଦ୍ଧ ପଟୁ ଚାରିଛକ ଆଡକୁ ଆସୁଥିବା ସମୟରେ ଚାରିଛକ ଠାରେ ଏକ ବାଇକକୁ ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକ କୃଷ୍ଣପାଲି ଅଂଚଳର ସତ୍ୟାନନ୍ଦ ସାହୁ ଗୁରୁତର ଆହତ ହୋଇଥିଲେ। ହରଭଙ୍ଗା ଦମକଳ ଖବର ପାଇ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତୀ କରିଥିବା ଜଣାପଡିଛି।

Comments are closed.