ଟ୍ରକ ଧକ୍କାରେ ଓଲଟିଲା ଗ୍ୟାସ ବୋଝେଇ ଅଟୋ, ଚାଳକ ଗୁରୁତର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଖଣ୍ଟଘର ଟୋଲଗେଟ ନିକଟରେ ଆଜି ଅପରାହ୍ନରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଅଟୋକୁ ପଛରୁ ଏକ ୧୨ ଚକିଆ ଟ୍ରକ ଧକ୍କା ଦେବାରୁ ଅଟୋଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିବା ସହ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟୋଲ୍ ଗେଟ୍ ଆମ୍ଭୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ଅଟୋକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ଅଟୋଟି ପିପିଳିଆରୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ଢେଙ୍କିକୋଟରେ ଡୋର ଡେଲିଭରୀ ଦେବାକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।

Comments are closed.