ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

ରେଙ୍ଗାଲି : ସିନ୍ଦୂରପଙ୍କ ଛକରୁ ପରମାଣପୁର ଦେଇ ବାମରାକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରାସ୍ତାର ବାରଡୁଙ୍ଗୁରୀ ଓରାମପଡା ପାଖରେ ଆଜି ସନ୍ଧ୍ୟା ୭ଟାରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ରସିଆପାଲି ଗ୍ରାମର ଉଗ୍ରସେନ ଛଛାନ୍ (୩୫) ବୋଲି ପରମାଣପୁର ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ନାୟକଙ୍କ  ସୂତ୍ରରୁ ପ୍ରକାଶ। ଦୁର୍ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.