କଣ୍ଟେନର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧ-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ସାପ୍ତାହିକ ହାଟ ନିକଟରେ ରବିବାର  ସକାଳୁ ଏକ କଣ୍ଟେନର ଗାଡି ରାସ୍ତା ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି।ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଡ୍ରାଇଭର ରାହୁଲ କୁମାର ଏବଂ ଖଲାସୀ ଅମିତ କୁମାର ଅଲ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ଘଟଣାରୁ ଜଣାଯାଏ ଯେ, ଏହି ଜାତୀୟ ରାଜପଥ ଦେଇ ଭୂବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଂଚଳକୁ ଏକ ଖାଲି କଣ୍ଟେନର ଗାଡି ଯାଉଥିଲା । ମାତ୍ର ଚାରିଛକ ନିକଟରେ ଚାଳକର ଆଖି ଲାଗିଯିବାରୁ ଗାଡିଟି ରାସ୍ତାତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁରୁଣା କଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.