ବାଇକ ଧକ୍କାରେ ଯୁବତୀ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କପାସପଡା ଗ୍ରାମର ଶଙ୍କର୍ଷଣ ନାଏକଙ୍କ ଝିଅ ତପସ୍ୱିନୀ ନାଏକ (୧୮) ଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗତକାଲି ତପସ୍ୱିନୀ ମେଲାଣ ଛକରେ ଢେଙ୍କିକୋଟ ଫେରିବା ପାଇଁ ସନ୍ଧ୍ୟା ସମୟରେ ବସ୍ ଅପେକ୍ଷାରେ ଥିବାବେଳେ ଆନନ୍ଦପୁର ଆଡୁ ଘଟଗାଁ ଆଡକୁ ଆସୁଥିବା ଏକ ବାଇକ୍ ତପସ୍ୱିନୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଘଟଗାଁ ଓ ପରେ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଆଜି କେନ୍ଦୁଝର ଯାଇ ମୃତଦେହ ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Comments are closed.