ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ, ଯୁବକ ମୃତ

ବାଙ୍କୀ : ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ବାରମ୍ବାର ସଡକ ଦୁର୍ଘଟଣାରେ ପ୍ରାଣହାନୀ ହେବାର ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ମଙ୍ଗଳବାର ଦିନ ଅପରାହ୍ନରେ ବାଙ୍କୀ ବଜାର ସ୍ଥିତ ମାଢୁଆଳୀ ପଟିର ୨୪ ବର୍ଷିୟ ଯୁବକ ସଗୁନୀ କୁମାର ବଥୁଆଲା ନିଜ ବାଇକରେ ବାଙ୍କୀରୁ କଟକ ଯାଉଥିବା ବେଳେ ପାଥପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବାଙ୍କୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ସେଠି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ବାଙ୍କୀ ପୁଲିସ ଏକ ଅପମୃତ୍ୟୁ ମାମଲା ରଜୁ କରିଛି। ବାଙ୍କୀ ଡାକ୍ତରଖାନାରେ ମୃତ ଯୁବକଙ୍କର ଶବ ସଂରକ୍ଷିତ ପ୍ରକୋଷ୍ଠରେ ରଖାଯାଇଛି। ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା। ସଗୁନୀ କୁମାର ଜଣେ ଅଦର୍ଶ ଯୁବକ ଓ ସମସ୍ତଙ୍କର ପ୍ରିୟ ହୋଇଥିବା ହେତୁ ମାଢୁଆଳୀପଟି ଓ ବାଙ୍କୀ ସହରରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ଏବେ କଟକରେ ରହୁଥିବା ସମ୍ପର୍କରେ ସୂଚନା ମିଳିଛି।

Comments are closed.