ମର୍ମନ୍ତୁଦ ସଡକ ଦୁର୍ଘଟଣା ; ପଥଚାରୀ ମୃତ

କେଶଦୁରାପାଳ : କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ କୋଳିମାଟି ଛକ ନିକଟରେ ମଙ୍ଗଳବାର ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ପଥ ଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବଉଳା ଅଞ୍ଚଳର ବିଜୟ ନାୟକ (୪୦) ବୋଲି ଜଣାପଡ଼ିଛି। ।

ସୂଚନା ଅନୁଯାୟୀ, ବିଜୟ ପାଦରେ ଚାଲି ଚାଲି ଆନନ୍ଦପୁରରୁ ଘଟଗାଁ ଆଡ଼େ ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ବିଜୟ ଉପରେ ଚଢିଯାଇଥିଲା। ବିଜୟଙ୍କ ଦୁଇଟି ଯାକ ଗୋଡ଼ ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରୁ ବିଜୟଙ୍କୁ  ସ୍ଥାନୀୟଲୋକେ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ବିଜୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଷିପୁରା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ।

Comments are closed.