ଡିଭାଇଡରରେ ପିଟି ହେଲା ବାଇକ: ୧ ମୃତ, ୨ ଆହତ

ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁରରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ମୁର୍ହାପାଲି ଗ୍ରାମର ସୁରେଶ କୁମାର ବାଗ ବୋଲି ଜଣାପଡ଼ିଛି। ଆହତ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲାର ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲିର ସୌମେନ୍ଦର ମେହେର ଓ ବିଭୁତି ଡନସନା। ଗୁରୁତର ଆହତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛନ୍ତି। ଏ ନେଇ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

Comments are closed.