ପୁଣି ପ୍ରବାସୀଙ୍କ ବସ ଦୁର୍ଘଟଣାଗ୍ରସ୍ତ ; ୧୦ ଆହତ

କଟକ : ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବସଟି ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକ ଆସୁଥିଲା। ଉକ୍ତ ବସଟି ଟାଙ୍ଗୀ ଠାରେ ଠିଆ ହୋଇଥିବା ଟ୍ରକକୁ ପଚ୍ଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.