ସ୍କୁଟି ଦୁର୍ଘଟଣାରେ ଜଣେ ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତଳ କୁଟିଙ୍ଗା ଗ୍ରାମ ନିକଟସ୍ଥ ଘାଟି ଉପରେ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ନାମ ଜିତେନ୍ଦ୍ର କନ୍ଦପାନ ଏବଂ ଘର ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାୟୁଡୁପେଟା ଗ୍ରାମରେ ବୋଲି ଜଣାପଡିଛି। ଦୁର୍ଘଟଣା ହେବା ପରେ ସେ ଘଟଣାସ୍ଥଳରେ ପ୍ରାୟ ଅଧଘଣ୍ଟା ଧରି ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିଲେ। ଏପରିକି ମୃତ ଭାବି ତାଙ୍କୁ କେହି ଉଠାଇ ନଥିଲେ।

ତେବେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଛି। ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.