ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ

ବାଲେଶ୍ବର / ଗଞ୍ଜାମ :  ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନି ଠାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ୫ଜଣ ଗୁରୁତରଥିବା ଜଣାପଡ଼ିଛି। ମୃତ ୪ ଜଣ ହେଲେ ସୋର ତଳନଗର ହବେଳି ଗଣ୍ଡତରାର ରମେଶ ବେହେରା, ଖଇରା ମାଖନପୁର ଅନନ୍ତପୁରର ଜିତେନ୍ଦ୍ର ପଣ୍ଡା, ରାଇକୂଳାର ଦାମ ପାଢୀଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ସେମାନେ କଲକାତାରୁ ଏକ ବୋଲେରୋରେ ଓଡିଶା ଫେରୁଥିବା ବେଳେ ବୋଲେରୋଟି ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ ଘଟି ଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ  ଗୁରୁତରଙ୍କୁ  ଉଦ୍ଧାର କରାଯାଇ ନିକଟସ୍ଥ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ଘର ଓଡିଶାର  ସିମୁଳିଆ ଓ ଖଇରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଦାନ୍ତୁନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଘଟଣାସ୍ଥଳରୁ ବୋଲେରୋର ଡ୍ରାଇଭର ଏବଂ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଫେରାର ହୋଇ ଯାଇଛନ୍ତି ।

Comments are closed.