ଟ୍ରକ୍ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

ଜଗତସିଂହପୁର: ପାରାଦୀପ ଲକ୍ ଥାନା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏରସମା କୋଠୀ ଅଞ୍ଚଳର କୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ ଏବଂ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି।

ସେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଉଥବା ବେଳେ ଶନିବାର ଏକ ଶ୍ରାଦ୍ଧୋତ୍ସବ କାର୍ଯ୍ୟରେ ଯୋଗ ଦେବାକୁ ନିଜ ମଉସା ଘର ପାରାଦୀପସ୍ଥିତ ଗଡ ଗ୍ରାମକୁ ଯାଇଥିଲେ। ଚଣ୍ଡିଖୋଲରୁ ପାରାଦୀପ ଯାଉଥିବା ବେଳେ ରାସ୍ତାରେ ଟ୍ରକଟି ଛାତ୍ର ଜଗନ୍ନାଥ ଉପରେ ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ପାରାଦୀପ ଅଠରବାଙ୍କୀ ମେଡ଼ିକାଲ ନେବା ପରେ ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Comments are closed.