ଟ୍ରେନ୍ ଧକ୍କାରେ ବାଇକ ଆରୋହୀ ମୃତ

ଖୋର୍ଦ୍ଧା: ରେଳ ଧାରଣା ପାର ହେବା ସମୟରେ ଟ୍ରେନ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ପୁରୀ ପାସେଞ୍ଜର ଟ୍ରେନ୍ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଖୋର୍ଦ୍ଧା ରାସ୍ତା ଅରାଗଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ୩ ଜଣ ଥିଲେ କିନ୍ତୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ବାଇକ ଚାଳକ ଜଣଙ୍କ ଇୟର ଫୋନ୍ ବ୍ୟବହାର କରି ଗାଡି ଚଳାଉଥିବା ଜଣାପଡିଛି। ଏନେଇ ଅଧିକ ଖବର ହସ୍ତଗତ ହୋଇପାରିନାହିଁ।

Comments are closed.