ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା : ୪ ମୃତ, ୬ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ମେଟାକାନୀ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଗୁରୁତର ଅହତ ହୋଇଛନ୍ତି। ଏକ ଟ୍ରକ ଓ ମ୍ୟାକ୍ସ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକ ମୃତାହତ ମାନଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ ମୃତାହତଙ୍କ ପରିଚୟ ମିଳି ନାହିଁ।

Comments are closed.