ଦୁର୍ଘଟଣାଗ୍ରସ୍ତ ଟ୍ରକ ପାଇଁ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ ; ସମ୍ବଲପୁର-ଅନୁଗୁଳ ଯାତାୟାତ ଠପ୍‍

ସମ୍ବଲପୁର : ସମ୍ବଲପୁର ଜିଲା ଚାରମାଳ ସିଙ୍ଗଲ ପୋଲ ଉପରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ସମ୍ବଲପୁର- ଅନୁଗୁଳ ମଧ୍ୟରେ ଯାତାୟାତ ଠପ୍‍ ହୋଇଛି। ଉକ୍ତ ଟ୍ରକଟିରେ ଧାନ ବୋଝେଇ ହୋଇରହିଥିବା ବେଳେ ସିଙ୍ଗଲ ପୋଲରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଅଧା ଝୁଲିରହିଥିବା ଜଣାପଡ଼ିଛି। ଟ୍ରକଟିକୁ କଢା ଯାଉନଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.