ଟ୍ରକ ଧକ୍କାରେ ହାତୀ ମୃତ

ଢେଙ୍କାନାଳ : ହାତୀ ଯାତାୟାତ ରାସ୍ତା ସୂଚନା ଫଳକ ଲାଗିବା ସତ୍ବେ ବେପାରୁଆ ଗାଡି ଚାଳନା ପାଇଁ ଗୁରୁବାର ୫୫ ନମ୍ବର ଜାତୀୟ ରାଜପଥ ସଦର ଥାନା ରେଞ୍ଜ ନିକଟରେ ଏକ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

ସୂଚନା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ସଦର ଥାନା ରେଞ୍ଜ ନିକଟରେ ଏକ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ତଳେ ମୃତ ହାତୀଟି ଚାପି ହୋଇ ରହିଥିବା ବେଳେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛି ।  ଦୁର୍ଘଟଣା ସ୍ଥଳରୁ ଆଉ ଗୋଟିଏ ହାତୀର ଦାନ୍ତ ମିଳିଛି। ଦୁର୍ଘଟଣାରେ ଦାନ୍ତ ହରାଇବାପରେ ହାତୀଟି ଜଙ୍ଗଲକୁ ପଳାଇଥିବା ଜଣାପଡ଼ିଛି। ଦୁର୍ଘଟଣାସ୍ଥଳରେ ହାତୀ ଯାତାୟାତ ରାସ୍ତା ବୋଲି ସୂଚନା ଫଳକ ଲାଗିଛି।

Comments are closed.