ରାସ୍ତାରେ ଓଲଟି ପଡିଲା ଯାତ୍ରୀବାହୀ ବସ

ବଡ଼ସାହି: ମୟୂରଭଞ୍ଜ ଜିଲା ମାଣତ୍ରୀରୁ ବାରିପଦା ଯାଉଥିବା ଯାତ୍ରୀବାହୀ ବସ ‘ମହାଭାରତ’ ଆରପଟ୍ଟା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବଡସାହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହ ଅନ୍ୟ ୧୨ ଜଣ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡିଛି। ବଡସାହି ବିଧାୟକ ସନାତନ ବିଜୁଳି ନିଜ ଗାଡି ଓ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ବାରିପଦା ଡାକ୍ତରଖାନାକୁ ପଠାଇଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.