ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଡାଯୋର ପଞ୍ଚାୟତ ଅନ୍ତର୍ଗତ ଯୋଡାଆମ୍ବ ଗ୍ରାମ ନିକଟରେ ରବିବାର ଟିପର ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ ହୋଇଥିବା ବେଳେ୨ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ଅଡାଯୋର ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ଗ୍ରାମରେ ଜଗତରାମ ନାଏକ ବୋଲି  ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏକ ବାଇକରେ ୩ଜଣ ଜଗତରାମ ନାଏକ, କରୁଣାକର ନାଏକ ଏବଂ ମାଧବ ନାଏକ ଯାଉଥିଲେ। ଏହି ସମୟରେ ଯୋଡାଆମ୍ବ ବିଦ୍ୟାଳୟ ଠାରୁ ପ୍ରାୟ ଏକ କି.ମି ଦୂରରେ ଟିପର ସହ ବାଇକ ଧକ୍କା ହୋଇଥିଲା। ଫଳରେ ଜଗତରାମଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇଥିଲେ। ଆହାତ ମାନଙ୍କୁ ସ୍ଥାନୀୟଲୋକେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାରକରି ସୁଙ୍ଗେର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବାପରେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବିରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.