ଯାତ୍ରୀବାହୀ ବସ୍‍ ଓଲଟି ୨ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୦ ରୁ ଅଧିକ ଯାତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝାରପୁର ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‍ ଓଲଟି ୨ଜଣ ଗୁରୁତର ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଗୁରୁତର ୨ ଜଣ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଉକ୍ତ ବସ୍‍ ର କଣ୍ଡକ୍ଟର। ଦୁର୍ଘଟଣା ପରେ ବସ ଚାଳକ ଫେରାର ଥିବା ଜଣାପଡ଼ିଛି। ଢେଙ୍କାନାଳ କଙ୍କଡ଼ାହାଡ଼ରୁ ଦେବଗଡ଼ ବାରକୋଟକୁ ଉକ୍ତ ଘରୋଇ ବସଟି ଆସୁଥିବା ସମୟରେ ଭାରସାମ୍ୟ ହରାଇ ବିଞ୍ଝାରପୁର ନିକଟରେ ଓଲଟି ପଡ଼ିଥିବା ନେଇ ସୂଚନା ମିଳିଛି।

Comments are closed.