ଅଟୋ – ବୋଲେରୋ ମୁହାଁମୁହିଁ ଧକ୍କା : ୫ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି l

ସୂଚନା ଅନୁଯାୟୀ,  ତାଜୁଙ୍ଗିଆ ଅଞ୍ଚଳର କିଛି ଲୋକ ଏକ ଯାତ୍ରୀ ବାହି ଅଟୋ ନଂ (ଓଡି୦୭ଏନ୨୦୮୪) ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମକୁ ଯାଉଥିବା ବେଳେ ବ୍ରାହ୍ମଣୀଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରେଏକ ବୋଲେରୋ  (ଓଡି୦୨ଏଟି୫୫୯୪) ବାଲିଗୁଡା ଯାଉଥିବା ସମୟରେ ମୁହାଁମୁହିଁ  ଧକ୍କା ହୋଇଥିଲା। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିଲେ। ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ପୁଲିସ ପହଞ୍ଚି ଆହତ ମାନଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସାପରେ  ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା  ଏନେଇ ବ୍ରାହ୍ମଣୀଗାଁ ଥାନାରେ କେସନଂ ୧୦୩/୧୯ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ପ୍ରକାଶ କରିଛନ୍ତି ।

Comments are closed.