ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୯ ମୃତ

ରୀବା: ମଧ୍ୟପ୍ରଦେଶର ରୀବାରେ ବସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ସ୍ଥାନୀୟ ପୁଲିସ କମିଶନର ଅଶୋକ ଭାର୍ଗବ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଅଧିକ ଖବର ହସ୍ତଗତ ହୋଇ ପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଗୁରୁବାର ସକାଳ ପ୍ରାୟ ସାଢେ ୭ଟା ବେଳେ ରୀବାର ଗୁଢ ରାସ୍ତାରେ ଘଟିଛି। ରୀବାରୁ ସୀଧୀ ଜିଲାକୁ ବସଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକକୁ ପଛରୁ ବସ ଧକ୍କା ଦେଇଥିଲା ବୋଲି ଏସ୍‌ପି ଆବିଦ ଖାନ୍‌ କହିଛନ୍ତି।

Comments are closed.