ବସକୁ ଧକ୍କା ଦେଲା ଟ୍ରକ, ୧୦ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ଏକ ବସ-ଟ୍ରକ ମଧ୍ୟରେ ଧକ୍କା ହୋଇଛି। ରଙ୍ଗ୍‌ ରୁଟରେ ଯିବା ବେଳେ ବସଟିକୁ ଉକ୍ତ ଟ୍ରକ ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀବାହୀ ବସଟି କଟକରୁ ପାରାଦୀପ ଅଭିମୁଖେ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଫେରାର ଥିବା ସୂଚନା ମିଳିଛି।

Comments are closed.