ଅଜଣା ଗାଡି ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭୁବନେଶ୍ବର: ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳରେ ଗୁରୁବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଉଭୟଙ୍କ ବାଇକ୍‌ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟଲୋକ ପୁଲିସକୁ ଖବର ଦେବା ସହ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ କରିଥିଲେ ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଖୋର୍ଦ୍ଧା ଜିଲା ବାଳକାଟି ଅଞ୍ଚଳର ପ୍ରମୋଦ ରାଉତ ଏବଂ ଆହତ ବିଜୟ ବେହେରା ବୋଲି ଜଣାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.