ପୁଲିସ ଗାଡି ସହ ଲୁଟେରାଙ୍କ ବାଇକ ମୁହାଁ ମୁହିଁ ଧକ୍କା -୧ ମୃତ , ୧ ଗୁରୁତର

ଝାରସୁଗୁଡା :  ଝାରସୁଗୁଡା  ଜିଲା ବନହରପାଲି ଥାନା ଅନ୍ତର୍ଗତ ଖେରୁଆଲ ବାହାଲ ଗ୍ରାମରରେ ବାନ୍ଧବାହଲ ପୁଲିସ ଗାଡି ସହ ଏକ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ  ଗୁରୁତର ଥିବା ଜଣାପଡ଼ିଛି l  ମୃତ ବ୍ୟକ୍ତି ଜଣକ ହେଲେ ଧର୍ମେନ୍ଦ୍ର ଖଡ଼ିଆ (29) , ଗୁରୁତର ବ୍ୟକ୍ତି ଜଣକ ହେଲେ ସପନ ଖାଡ଼ିୟା (30) l ଗୁରୁତର ସପନକୁ ଉଦ୍ଧାର କରାଯାଇ ସ୍ଥାନୀୟ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ସୂଚନା ଅନୁଯାୟୀ, ବନ୍ଧବାହାଲ ଫାଣ୍ଡି ଅଞ୍ଚଳରେ ଏକ ଘରେ ଡାକୟତି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଡକାୟତ ମନେ ବନ୍ଧାବାହାଲ ପଟୁ ବେହେରା ଗୁଡା ଯାଉଥିବା ନେଇ ବନ୍ଧବାହାଲ ଫାଣ୍ଡି ପୁଲିସ ଲଖନପୁର ପୁଲିସକୁ ଖବର ଦେଇଥିଲା ।  ବନ୍ଧବାହାଲ ଫାଣ୍ଡି ପୁଲିସ ଡକାୟତ ମାନଙ୍କୁ ବନ୍ଧବାହାଲ ପଟୁ ଗୋଡେଇ ଥିବା ବେଳେ ଲଖନପୁର ପୁଲିସ ବେହେରାଗୁଡା ପଟୁ ଆସିଥିଲା l ଖେରୁଆଳ ବାହାଲ ଗ୍ରାମରେ ବନ୍ଧବାହାଲ ପୁଲିସ ସହ ଡକାୟତ ମାନକ ଗାଡି ଧକ୍କା ହୋଇଥିଲା l ଏଥିରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି  କରିଥିବା ଜଣାପଡ଼ିଛି।

Comments are closed.