ଚଳନ୍ତା ବସ୍‌ରୁ ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ଭୁବନେଶ୍ବର: ଚଳନ୍ତା ବସରୁ ଚକ ବାହାରିଗଲା। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଏକ ଘରୋଇ ବସ କୋରାପୁଟ ଜୟପୁରରୁ ନବରଙ୍ଗପୁର ଉମରକୋଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଡାବୁଗାଁ ମହେନ୍ଦ୍ରୀ ଗ୍ରାମ ନିକଟରେ ହଠାତ୍ ବସର ପଛ ଚକା ୪ଟି ବାହାରି ଯାଇଥିଲା। ଫଳରେ ବସଟି ସେଠାରେ ଅଟକି ଯାଇଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କ ପ୍ରାଣ ହାନି ହୋଇଥିବା ସୂଚନା ମିଳିନାହିଁ। ଖବର ପାଇ ବସ ମାଲିକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଉମରକୋଟ ନିଆଯାଇଛି। ବସର ଚକା ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

Comments are closed.