ସଡ଼କ ଦୁର୍ଘଟଣାରେ ୧ ମୃତ ,୨ ଗୁରୁତର

ଧର୍ମଗଡ :  ଧର୍ମଗଡ ଅନ୍ତର୍ଗତ ପାଷ୍ଟିକୁଡି ନିକଟସ୍ଥ ବେଳାମାଳ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ଗୁରୁତର ଦୁଇ ଜଣ  କେସିଙ୍ଗାର ରୋହିତ ସେନାପତି ଓ ସଦର ଥାନା ଅନ୍ତର୍ଗତ ବରଗାଁର ସୁମନ୍ତ ଶିକା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏକ ମଟର ସାଇକେଲରେ କେସିଙ୍ଗାରୁ ଭବାନିପାଟଣା ଫେରୁଥିବାବେଳେ ପାଷ୍ଟିକୁଡି ନିକଟସ୍ଥ ବେଳାମାଳ ପାଖରେ ଠିଆ ହୋଇଥିବା ଏକ ଟ୍ରାକ୍ଟରରେ ପିଟି ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭବାନିପାଟଣା ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତରଖାନାରେ ଜଣକୁ ମୃତ୍ୟୁ ଘୋଷଣା ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Comments are closed.