ଅଟୋକୁ ଧକ୍କା ଦେଲା ବସ :୧ ମୃତ ୬ ଆହତ

ବ୍ରହ୍ମପୁର : ବ୍ରହ୍ମପୁରର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ମୁଖ୍ୟରାସ୍ତା ଆମ୍ବଗଡ଼ ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ ଓ ଏକ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଅଟୋରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ରଞ୍ଜିତା ଦଳାଇ। ଆହତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ଏକ ପରିବାରର ୮ ଜଣ ମନ୍ଦିର ଦର୍ଶନ ପାଇଁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ବସଟି ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲା।

Comments are closed.